ଆମ ରାଜ୍ୟରେ ବର୍ଷକୁ ପ୍ରାୟ ୩୦୦ ଦିନ, ବର୍ଗ ମିଟରକୁ ୫ KwH ହିସାବରେ ମୁକ୍ତ ସୂର୍ଯ୍ୟ କିରଣ ପାଇଥାଏ | ଆମ ରାଜ୍ୟରେ ଭୂତଳ ଜଳ ବ୍ୟବହାରର ପର୍ଜ୍ୟାପ୍ତ ଅବକାଶ ଓ ସୁଯୋଗ ରହିଛି | ରାଜ୍ୟରେ ଅଧିକାଂଶ କ୍ଷୁଦ୍ରଚାଷୀ ଅଟନ୍ତି , ଯାହାଙ୍କ ପାଖରେ ୨.୫ ଏକରରୁ କମ ଜମି ଥାଏ | ଏହି କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ପ୍ରାୟତଃ ଖରିଫ ଓ ରବିରେ ୦.୩ ରୁ ୦.୫ ଏକରରେ ପରିବା ଚାଷ କରିଥାନ୍ତି | ମୁଖ୍ୟତଃ ଖୋଲା କୂଅହିଁ ସେମାନଙ୍କର ଜଳ ଉତ୍ସହ |
ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟୁତ ଶକ୍ତି ଅପହଞ୍ଚ ଅଞ୍ଚଳରେ, ଚାଷ କ୍ଷେତକୁ ସୌର ଶକ୍ତି ଚଳିତ ପାଣି ପମ୍ଫ ଦ୍ୱାରା ଜଳସେଚନର ସୁବିଧା କରିବାକୁ ବ୍ୟବସ୍ଥା କରିଛନ୍ତି | ଯଦ୍ଵାରା ବର୍ଷକୁ ଏକାଧିକ ଫସଲ ଅମଳର ସୁଯୋଗ ଉପଲବ୍ଧ ହେବ ସଙ୍ଗେ ସଙ୍ଗେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହେବ |
କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ,
ଓଡିଶା, ପିନ୍-୭୫୧୦୦୩
ଇ-ମେଲ୍ - diragri.or@nic.in
ଫୋନ୍ ନମ୍ବର : ୦୬୭୪-୨୩୯୨୪୩୧