ସେଚକୂପରୁ ଜଳସେଚନ  ପାଇଁ ସୋଲାର ପମ୍ପର ଆବେଦନ  ଅନ ଲାଇନ(online) ମାଧ୍ୟମରେ କାର୍ଯ୍ୟକାରୀ  ହେବ । 
 
                            ୧. 	ଆବେଦନକାରୀ କ୍ଷୁଦ୍ର କିମ୍ବା  ନାମମାତ୍ର ଚାଷୀ ହୋଇଥିବେ । 
                            ୨.  ଆବେଦନକାରୀଙ୍କ କୃଷକ ପରିଚୟ ପତ୍ର (Farmer-ID) ଜରୁରୀ  । 
                            ୩.  ନିଜ ଜମିରେ ସେଚକୂପ ଓ ଅତିକମରେ ୦.୫(ଅଧା) ଏକର ଜମି ଗୋଟିଏ ଜାଗାରେ  ଥିବ । 
                            ୪.  ଆବେଦନ agrisnetodisha.ori.nic. in ପୋର୍ଟାଲରେ ଗ୍ରହଣ କରାଯିବ । 
                            ୫. 	ଆବେଦନ ପରେ ସମ୍ପୃକ୍ତ ଅଞ୍ଚଳର ଗ୍ରାମ୍ୟ କୃଷିକର୍ମଚାରୀ କ୍ଷେତ୍ର ପରିଦର୍ଶନରେ ଯାଇ କୂପ ଓ ଆବେଦନକାରୀଙ୍କ ଫଟୋ ମୋବାଇଲ ଆପ (mobile app) ମାଧ୍ୟମରେ ନେବେ । ଯେଉଁ ଜମିରେ ଜଳସେଚନ ହେବ , ସେହି ଜମିର ସ୍ଥିତି  (ଅକ୍ଷାଂଶ ଓ ଦ୍ରାଘିମା) 
ନିଆଯିବ । 
                            ୬. 	ଆବେଦିତ ପ୍ଲଟ ଓ ପରିଦର୍ଶିତ ପ୍ଳଟର (ଅକ୍ଷାଂଶ ଓ ଦ୍ରାଘିମା) ମେଳ ହେଲେ ଦରଖାସ୍ତଟି 	ଜିଲ୍ଲାପାଳଙ୍କ ଅନୁମୋଦନ ନିମନ୍ତେ ପ୍ରେରିତ ହେବ । 
                            ୭.  ଜିଲ୍ଲାପାଳଙ୍କ ଦ୍ଵାରା ଅନୁମୋଦିତ ଦରଖାସ୍ତର ଆବେଦନକାରୀଙ୍କୁ ବାର୍ତ୍ତା ଦ୍ଵାରା ସୂଚିତ କରାଯିବ । 
                            ୮.  ଆବେଦନକାରୀ ସୁଚିତ ତାଲିକା ମଧ୍ୟରୁ ଯୋଗାଣକାରୀ/ପମ୍ପ (make/model) ବାଛି go- ahead (କାର୍ଯ୍ୟାଦେଶ) ଚିଠି online ରୁ  ପାଇପାରିବେ । ଉକ୍ତ go-ahead ଚିଠାରେ ନିର୍ଧାରିତ ଚାଷୀ ଦେୟ ଉଲ୍ଲେଖିତ ରହିବ । 
                            ୯. 	ଚାଷୀ ଉକ୍ତ ରାଶି ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA)ର ନିର୍ଦ୍ଧାରିତ ବ୍ୟାଙ୍କ ଜମା ଖାତାରେ ପଇଠ କରିବେ । 
                            ୧୦.	ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA)   ଆବେଦନ କାରୀଙ୍କ ନିର୍ଦ୍ଧାରିତ କୂପରେ ସୋଲାର ପମ୍ପ ସ୍ଥାପନ କରି ଚାଷୀଙ୍କ ସହିତ ସ୍ଥାପିତ ପମ୍ପ ଓ ଉପକରଣର ଫଟୋ ମୋବାଇଲ ଆପ ମାଧ୍ୟମରେ ପ୍ରେରିତ କରିବେ । 
                            ୧୧. ସ୍ଥାପିତ ଉପକରଣର ବିବରଣୀ ଓ ତାହାର ପରିଚାଳନା ରକ୍ଷଣା ବେକ୍ଷଣ ପଦ୍ଧତି OREDA ର ଅଧିକୃତ ଅଧିକାରୀଙ୍କ ମାଧ୍ୟମରେ ଉପଲବ୍ଧ କରାଯିବ ।  
                                                              
                    
                        
                        କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ,
                        ଓଡିଶା, ପିନ୍-୭୫୧୦୦୩
                        ଇ-ମେଲ୍ - diragri.or@nic.in 
                        ଫୋନ୍ ନମ୍ବର : ୦୬୭୪-୨୩୯୨୪୩୧